ବଲାଙ୍ଗିର ଜିଲ୍ଲାରେ ବିଏସ୍କେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ସାଢ଼େ ୪ଲକ୍ଷ ହିତାଧ୍କାରୀଙ୍କୁ ଲାଭ, ମାଗଣା ମିଳିବ ଚିକିତ୍ସା ସେବା
ରାଜ୍ୟବାସୀଙ୍କ ପ୍ରତିଟି ଜୀବନ ଗୁରୁତ୍ଵପୂର୍ଣ୍ଣ ଅଟେ। ତେଣୁ ଚିକିତ୍ସା ପାଇଁ କେହି ଯେମିତି ଅର୍ଥାଭାବ ଯୋଗୁଁ ସେବା ପାଇବାରୁ ବଞ୍ଚିତ ନ ହୁଅନ୍ତୁ। ଚିକିତ୍ସାରେ ଆବଶ୍ୟକ ଟଙ୍କା ପାଇଁ ଘର, ଜମି ବନ୍ଧକ ଦେଇ ରଣ ନ ଆଣନ୍ତୁ । ସେଥିପାଇଁ ବିଜୁସ୍ସାସ୍ଥ୍ୟ କଲ୍ୟାଣ ଯୋଜନାକୁ ଏବେ ସ୍କାର୍ଟକାର୍ଡରେ ରୂପାନ୍ତରଣ କରାଯାଇଛି । ଅର୍ଥାଭାବ ଯେଭଳି ଚିକିତ୍ସା ପାଇବାରୁ କାହାକୁ ବଞ୍ଚିତ ନକରୁ, ଏହା ହିଁ ମୂଳଲକ୍ଷ୍ୟ ଅଟେ। ସମସ୍ତେ ସୁସ୍ଫ୍ ରହିଲେ ହିଁ ସବୁଠି ପ୍ରଗତି ଆସିବ। ତେଣୁ ରାଜ୍ୟର ବିକାଶ ଏବଂ ରାଜ୍ୟବାସୀଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ” । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟିଟିଲାଗଡ଼, ପାଟଣାଗଡ଼ ଏବଂ ବଲାଙ୍ଗିର ଗସ୍ତରେ ଆସି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି। ଏ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପ୍ରାୟ ୮୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ଭିଭିପ୍ରସ୍ତର ଦେଇଛନ୍ତି ।